୧୮୮୮ ଡିସେମ୍ବର ନଅ
ଭଦ୍ରକ ତାଳ ପଦାରେ
ତିହିଡି ବ୍ଲକ ତ ଧନ୍ୟ ହୋଇଗଲା
ଲକ୍ଷ୍ମୀ କାନ୍ତଙ୍କ ଜନ୍ମରେ l୧l
ଲକ୍ଷ୍ମୀ ମାଆ ଙ୍କର ଜନ୍ମ ଦିନ ଥିଲା
ଜନ୍ମିଲେ କୁଳ ନନ୍ଦନ
ପିତା ଚଉଧୁରୀ ମାତା ରାଧା ରାଣୀ
ଖୁସିରେ କlଟନ୍ତି ଦିନ l 2l
ହାଇସ୍କୁଲ ପାଠ ଛାଡ଼ି ଦେଇ ଥିଲେ
ସଂଗ୍ରାମ ସ୍ଵାଧୀନତାରେ
ଇଂରେଜଙ୍କ ଦ୍ୱାରା ଜେଲ ଭୋଗିଲେ
ଜିଦି ବଢିଗଲା ତାରେ l 3l
ଜମିଦାର ବାବୁ ଲାଲ ମୋହନଙ୍କ
କନ୍ୟାକୁ ବିବାହ କଲେ
ଉଣେଇଶ ବାରରେ ପୁତ୍ରଟିଏ ହେଲା
ସନ୍ତାନ ଜନକ ହେଲେ l 4l
ସ୍ୱାଧୀନତା ପ୍ରେମ କବିତା ଲେଖିଣ
ସଂଗ୍ରାମୀଙ୍କୁ ଏକ କଲେ
ଭଦ୍ରକ ହାଇସ୍କୁଲ ସମ୍ବର୍ଦ୍ଧନା ଦେଲା
କାନ୍ତ କବି ହୋଇଗଲେ l 5l
ଲବଣ ସତ୍ୟାଗ୍ରହ ଅସହଯୋଗ
ସର୍ବେ କାନ୍ତ ପରିବାର
ପ୍ରତ୍ୟକ୍ଷ ଭାବରେ ଯୋଗ ଦେଇ ଥିଲେ
ଜେଲ ତ ନ ଥିଲା ଡର l 6l
କବିତା ମାଧ୍ୟାମେ ଦେଶ ପ୍ରେମ ଜାଳି
ସ୍ବଦେଶ ପ୍ରୀତି ଭରିଲେ
ଗଳପ ନାଟକ ଉପନ୍ୟାସ ଲେଖି
ଦେଶ ପ୍ରେମ ବଢ଼ାଇଲେ l 7l
ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ
ଆଜର୍ଷିତ ହୋଇଥିଲେ
ମାତୃ ଭୂମି ମାତୃ ଭାଷାର ମମତା
ପ୍ରେମ ଭକ୍ତି ଭରି ଦେଲେ l8l
ମାତୃଭୂମି ସେବା କରିବା ପାଇଁ କି
ଭାବ ତ୍ୟାଗ ସମର୍ପଣ
ଭଦ୍ରକ ଜିଲ୍ଲାର ସମ୍ମିଳନୀ ବେଳେ
କବିତା ହେଲା ଗାୟନ l 9l
ଉଚ୍ଚ ପ୍ରଶଂସିତ ସେ ଦିନ ହୋଇଲେ
ଦେଶ ପ୍ରେମ ଗୀତ ଗାଇ
ଆର୍ଯ୍ୟବାହନୀ କବିତାରେ ଅଛି ତ
ଆତ୍ମ ଶକ୍ତି ଦେବା ପାଇଁ l10l
ବନ୍ଦେ ଉତ୍କଳ ଜନନୀ କବିତା ଲେଖି
ହୋଇଲେ ଚିର ଅମର
ବୁଢା ଶଙ୍ଖାରୀ କ୍ଷୁଦ୍ର ଗଳ୍ପ ଲେଖିଲେ
ପରିଚିତ ଘର ଘର l11l
ବ୍ୟଙ୍ଗ ନାଟକ, ଫିଲ୍ମିଷ୍ଟାର, କବିତା
କଲା ତାଙ୍କୁ ପରିଚିତ
ମାସିକ ପତ୍ରିକା ଡଗର ପ୍ରତିଷ୍ଠା
ତାଙ୍କ ଦ୍ୱାରା ସମ୍ପାଦିତ l12l
ପଚିଶି ବର୍ଷରେ କୁଷ୍ଠ ରୋଗ ହେଲା
ଭଲ ହୋଇ ନ ପାରିଲେ
ଉଣେଇଶ ତେପନ ଫେବୃୟାରୀ ମାସେ
ମୃତ୍ୟୁ ବରଣ କରିଲେ l13l
ଧୂପ ଜଳିଗଲା ବାସନା ରହିଲା
ଚଉଦିଗେ ଖେଳି ଗଲା
ପ୍ରତି ହୃଦୟରେ ସ୍ଥାନ ସେ ପାଇଲେ
ମୃତ୍ୟୁ ଅମର ହୋଇଲା l14l
ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର


0 Comments